ଶ୍ରୀମନ୍ଦିରକୁ ଆସୁଛି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ କଳାଜିରା ଚାଉଳ

କଳାଜିରା ଧାନ ଜିଆଇ ଟ୍ୟାଗ ପାଇବା ପରେ କୋରାପୁଟ ଜିଲ୍ଲା ପାଇଁ ଏକ ନୂତନ ପରିଚୟ ଆଣିଦେଇଛି। ଏବେ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ ଟି ବ୍ଲକରେ ଏହି ଧାନ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହି ଧାନ ଚାଷ କରୁଛନ୍ତି । କୋରାପୁଟର କଳାଜିରା ଚାଉଳ ଶାବର ଶ୍ରୀକ୍ଷେତ୍ରରୁ ଯାଇ ଶ୍ରୀମନ୍ଦିରରେ ପହଞ୍ଚିଛି। ଚାଉଳ ନେଇ ବାହାରିଥିଲେ ଆଦିବାସୀ ମହିଳା। ଜୈବିକ ପଦ୍ଧତିରେ ଉତ୍ପାଦିତ କୋରାପୁଟର କଳାଜିରା ଧାନରୁ ମିଳୁଥିବା ଚାଉଳକୁ ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ମନ୍ଦିର ପ୍ରସାଦରେ ବ୍ୟବହାର କରାଯିବ। ୧୨ ଜଣ ମହିଳା ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପାଖରେ ପ୍ରଥମେ ଅର୍ପଣ କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି।

Related Articles

Back to top button