ଝାରସୁଗୁଡାରେ ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର

ଝାରସୁଗୁଡା: ଅଚାନକ ଫାଟିଲା ଗ୍ୟାସ ଟାଙ୍କି, ଉଡିଗଲା ଛାତ । ଆବାସପତ୍ର ସବୁ ଛିନଛତର । ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ହନୁମାନ ନଗର ଠାରେ ଗୋଟିଏ ପରିବାରରେ ଗ୍ୟାସ ସିଲିଣ୍ଡର ଫାଟିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ।

ସୂଚନାଅନୁସାରେ, ହନୁମାନ ନଗରରେ ଭଗତ ସିଂ ଭଡାଘରେ ରହୁନ୍ତି । ତାଙ୍କ ସ୍ତ୍ରୀ ଅନିତା ସିଂ ପ୍ରତିଦିନ ପରି ଆଜି ରୋଷେଇ କରିବାକୁ ଯାଇଥିଲେ । ପ୍ରେସର କୁକରରେ ଆଳୁ ବସାଇ ଅନ୍ୟ ଏକ କାମ କରୁଥିଲେ । ଏହି ସମୟରେ ହଠାତ ଗ୍ୟାସ ଟାଙ୍କି ଫାଟିଥିଲା । ଟାଙ୍କି ବିସ୍ଫୋରଣର ଶବ୍ଦ ଭୟଙ୍କର ଥିଲା । ଟାଙ୍କି ଫାଟିବାକୁ ଘର ଛାତ ଉଡିଯାଇଛି । ସବୁ କିଛି ଛିନଛତର ହୋଇଯାଇଛି । ସୌଭଗ୍ୟବଶତଃ ଜୀବନ ବଞ୍ଚିଯାଇଛି । ପରିବାରର 3 ପ୍ରାଣୀ ଅଳ୍ପରେ ବର୍ତ୍ତି ଯାଇଛନ୍ତି ।

ଘଟଣାସ୍ଥଳରେ ଓରିଏଣ୍ଟ ପୋଲିସ ପହଁଚି ତଦନ୍ତ ଜାରି ରଖିଛନ୍ତି । କେଉଁ କାରଣରୁ ଟାଙ୍କି ଫାଟିଲା ତାହା ଜଣାପଡିନାହିଁ । ଲୋକେ ଗ୍ୟାସ ସିଲିଣ୍ଡରରେ ଅନେକ ସମୟରେ ଗ୍ୟାସ ଲିକ ହେଉଥିବା ଏବଂ ତାହାର ସଠିକ ନିରୀକ୍ଷଣ ନ କରାଯାଇ ଗ୍ରାହକଙ୍କୁ ଦିଆଯାଉଥିବାରୁ ଏପରି ଦୁର୍ଘଟଣା ହେଉଥିବା କହିଛନ୍ତି ।

Related Articles

Back to top button