
ଭଞ୍ଜନଗରରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଖଲାସାହିରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରୁ ସନ୍ତୋଷ ପଣ୍ଡାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଘରର ଆସବାବପତ୍ର କ୍ଷତି ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି।