ଅଦା କିଲୋ ୩୦୦, ବଜାରରେ ନାହିଁ ଓଡ଼ିଶା ଅଦା

ଅଦା କିଲୋ ୩୦୦, ବଜାରରେ ନାହିଁ ଓଡ଼ିଶା ଅଦା । ବର୍ଷ ତମାମ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି କୋରାପୁଟ ଚାଷୀ । ଗତମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କିଣିଥିଲେ । ସେହି ଅଦାକୁ ଉତ୍ତରପ୍ରଦେଶ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା । ଯେଉଁଥିପାଇଁ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇଯାଇଛି ।ରାଜଧାନୀ ବଜାରରେ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି ଅଦା। ଅବସ୍ଥା ଏଭଳି ହେଲାଣି ଯେ ଗରିବ ଓ ମଧ୍ୟବିତ୍ତ ପରିବାର ଏହା ଉପରୁ ମୁହଁ ଫେରାଇ ନେଇଛନ୍ତି। ବର୍ଷ ତମାମ କୋରାପୁଟ ଚାଷୀ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି। ଗତ ମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କ୍ରୟ କରି ନେଇଥିଲେ। ଏଥିଯୋଗୁଁ ଚାଷୀଙ୍କ ଖୁସି କାହିଁରେ କେତେ ବଢ଼ି ଯାଇଥିଲା। କିନ୍ତୁ ସେହି ଅଦା ଉତ୍ତରପ୍ରଦେଶକୁ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା। ଫଳରେ ବର୍ତ୍ତମାନ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇ ଯାଇଛି।

Related Articles

Back to top button