ଭାଜପା ଛାଡ଼ିଲେ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ

ଭୁବନେଶ୍ୱର: କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଗମାଙ୍ଗ ବାପା-ପୁଅ ଭାଜପା ଛାଡ଼ିଛନ୍ତି। ବୁଧବାର ଉଭୟ ବାପା ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସେ ଭାଜପାର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଉଭୟ ୨୦୧୫ରେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିଲେ। ହେଲେ ଭାଜପାରେ ଉଭୟଙ୍କୁ ଅଣଦେଖା କରାଯାଉଥିବା ନେଇ ସେମାନେ ଅଭିଯୋଗ କରି ଆସୁଥିଲେ। ଏପରି କି କଂଗ୍ରେସ ଛାଡ଼ିବା ପରେ ଏମ୍‌ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଜପା ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଦୀର୍ଘବର୍ଷ ପରେ ବାପା-ପୁଅ ସେମାନଙ୍କ ଅସନ୍ତୋଷ ସ୍ପଷ୍ଟ କରିଛନ୍ତି।

Related Articles

Back to top button