ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ମିଳିଲା ‘ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର’

ଭୁବନେଶ୍ୱର: ଓଡ଼ିଶାକୁ ମିଳିଛି ପୁଣି ଏକ ଅନ୍ତର୍ଜାତୀୟ  ପୁରସ୍କାର । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଧାନ ସଂଗ୍ରହ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ସୁବିନିଯୋଗ ପାଇଁ ରାଜ୍ୟ ଏହି ପୁରସ୍କାର ହାସଲ କରିଛି । ଫସଲର ସାଟେଲାଇଟ୍ ଇମେଜ୍ ଜରିଆରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯାଇ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଲୁଟକୁ ରାଜ୍ୟ ସରକାର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ପାରିଛନ୍ତି ।

ତେବେ ଏହି ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର କୃଷକଙ୍କ କଲ୍ୟାଣ ପାଇଁ ଧାନ କ୍ରୟ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଟେକ୍ନେଲୋଜି ପାଇଁ ରାଜ୍ୟ  ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର (ଓଆରଏସଏସି) ସହାୟତାରେ ବିଭାଗ ପକ୍ଷରୁ ସାଟେଲାଇଟ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା ।

Related Articles

Back to top button