ଏଣିକି 24 ମାର୍କ ରଖିଲେ ହେବେ ପାସ୍

ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ଆସିବ ବଡ ପରିବର୍ତ୍ତନ । ଚଳିତ ବର୍ଷ 80 ମାର୍କର ଥିଓରି ଏବଂ 20 ବର୍ଷର ଆସେସମେଣ୍ଟ ପରୀକ୍ଷା ହେବ । ପ୍ରଥମ ଥର ପାଇଁ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଉଭୟ ଆସେସମେଣ୍ଟ ଏବଂ ଥିଓରିକୁ ମିଶାଇ 100 ମାର୍କର ପରୀକ୍ଷା ହେବ । ଏଣିକି 100ରୁ 24 ମାର୍କ ରଖିଲେ ପରୀକ୍ଷାରେ ପାସ୍ ହେବେ ଛାତ୍ରଛାତ୍ରୀ । ଶିକ୍ଷାର୍ଥୀଙ୍କୁ ପରୀକ୍ଷା ଚାପ କମାଇବା ପାଇଁ ଜାତୀୟ ଢାଞ୍ଚାରେ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରକାଶଥାଉକି, ପୂର୍ବରୁ 120 ମାର୍କର ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ ।

ଏନେଇ ସିଏଚଏସଇ ନିୟନ୍ତ୍ରକ କହିଛନ୍ତି ଯେ, ଏଣିକି 20 ମାର୍କର ଆସେସମେଣ୍ଟ ହେବ ଏବଂ ଥିଓରି 80 ମାର୍କର ହେବ । ପିଲାମାନଙ୍କର କାପାସିଟି ଅନୁସାରେ, ତାଙ୍କର ସ୍କୋରିଂ ବହୁତ କମ୍ ରହୁଛି । ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶ୍ନପତ୍ର ପାର୍ଟନ ମଧ୍ୟ ପରିବର୍ତ୍ତନ କରାଯିବ । ବଡ ବଡ ପ୍ରଶ୍ନକୁ କିଛି ମାତ୍ରାରେ କମ୍ କରାଯିବ । ସଟ୍ କ୍ବେଶ୍ଚିନ ଉପରେ ଫୋକସ କରାଯିବ । 10 ମର୍କୀଆ ପ୍ରଶ୍ନକୁ କମ୍ କରାଯାଇ 7 ମାର୍କର କରାଯିବ । ଆଶା ରଖିଛୁ ଏଥର ପରୀକ୍ଷା ଭଲ କରିବେ ବୋଲି କହିଛନ୍ତି ପ୍ରଶାନ୍ତ କୁମାର ପରିଡା ।

Related Articles

Back to top button