ସରକାରୀ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର : ଏଣିକି ଅନ୍‌ଲାଇନରେ ମିଳିବ ପେନ୍‌ସନ

ସରକାରୀ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଅନ୍‌ଲାଇନରେ ପେନ୍‌ସନ ପାଇଁ ଆବେଦନ କରିବା, ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା ଓ ବଳକା ବାବଦ ବିବରଣୀ ଯାଞ୍ଚ ପାଇଁ ଆଉ  ଦୌଡ଼ିବାକୁ  ପଡ଼ିବ ନାହିଁ। ସରକାରୀ ପେନ୍‌ସନ୍‌ଭୋଗୀଙ୍କୁ ଡିଜିଟାଲ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସମସ୍ତ ସେବା ଗୋଟିଏ ସମନ୍ବିତ ପୋର୍ଟାଲରେ ଉପଲବ୍ଧ କରାଯାଇଛି। ୫ଟି ବ୍ୟାଙ୍କର ପେନ୍‌ସନ ପ୍ରକ୍ରିୟା ଓ ଦେୟ ସେବାକୁ ଗୋଟିଏ ପୋର୍ଟାଲରେ ମିଶ୍ରଣ କରାଯାଇଛି। ସରକାରଙ୍କ ପେନ୍‌ସନ ଏବଂ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହଯୋଗରେ ଏକ ସମନ୍ବିତ ‘ଭବିଷ୍ୟ’ ପୋର୍ଟାଲ ଆରମ୍ଭ କରିଛି। ଯେଉଁଥିରେ ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା ଓ ବଳକା ଦେଖିହେବ। ଏହି ‘ଭବିଷ୍ୟ’ ପୋର୍ଟାଲରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ଏବଂ କାନାରା ବ୍ୟାଙ୍କର ପ୍ରାସଙ୍ଗିକ ସେବା ଉପଲବ୍ଧ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ପେନ୍‌ସନ୍‌ ବଣ୍ଟନକାରୀ ଅନ୍ୟ ବ୍ୟାଙ୍କଗୁଡ଼ିକୁ ପୋର୍ଟାଲ ସହ ଯୋଡ଼ାଯିବ। ପେନ୍‌ସନ ପ୍ରକ୍ରିୟା ଏବଂ ଦେୟର ଡିଜିଟାଇଜେସନ୍ ନିଶ୍ଚିତ କରିବାକୁ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଅନ୍‌ଲାଇନରେ ପେନ୍‌ସନ ଫର୍ମ ଦାଖଲ କରିହେବ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏସ୍‌ଏମଏସ କିମ୍ବା ଇ-ମେଲ ମାଧ୍ୟମରେ ପେନ୍‌ସନ ମଞ୍ଜୁର ଅଗ୍ରଗତି ବିଷୟରେ ଅବଗତ କରାଯାଇପାରିବ।

Related Articles

Back to top button