ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ,ଅକ୍ଟୋବର ୧୪ ରୁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଶିମିଳିପାଳ ଅଭୟାରଣ୍ୟ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକଙ୍କ ପାଇଁ ଚଳିତ ମାସ ଅକ୍ଟୋବର ୧୪ ତାରିଖରୁ ଖୋଲିବ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଶନିବାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ତେବେ ପୂର୍ବ ବର୍ଷ ଗୁଡିକ ଭଳି ପର୍ଯ୍ୟଟକମାନେ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପିଠାବଟା ଓ ଯଶିପୁର ନିକଟ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ । ବାରିପଦା ପଟୁ ପିଠାବଟା ଓ ଯଶିପୁରରୁ କାଳିଆଣି ତନଖି ଫାଟକ ଦେଇ ପ୍ରତିଦିନ ଯଥାକ୍ରମେ ୨୫ଟି ଓ ୩୫ଟି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ବୁଲାବୁଲି ସାରି ପର୍ଯ୍ୟଟକ ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହି ପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଏବଂ ୫ଟା ବେଳକୁ ପ୍ରସ୍ଥାନ ଗେଟ୍ ବାହାରକୁ ଆସିବାକୁ ନିର୍ଦ୍ଦେଶ ରହିଛି। କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକ ମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪ହଜାର ଟଙ୍କା ଜମା ଦେବାକୁ ନିୟମ ରହିଛି । ଶିମିଳିପାଳରେ ଥବା ଯାତ୍ରୀ ନିବାସ ଗୁଡିକରେ ରାତ୍ରି ଯାପନ ପାଇଁ ପର୍ଯ୍ୟଟକ ମାନେ ୱେବ୍‌ସାଇଟରେ ଆଗୁଆ ବୁକିଂ କରିବେ ।

Related Articles

Back to top button