ମହାନଦୀର ପଠାରେ ବୁଲୁଛି କୁମ୍ଭୀର ।

ମହାନଦୀର ପଠାରେ ବୁଲୁଛି କୁମ୍ଭୀର । ଖରାରେ ହାଲିଆ ହୋଇଯାଇଥିବାରୁ ଶୀଘ୍ର ଯାଇପାରୁ ନାହିଁ । ନଦୀ ପାଲିରେ କୁମ୍ଭୀରଟି ପୁରା ଭୟଙ୍କର ଦେଖା ଯାଉଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ କେନ୍ଦୁପଲ୍ଲୀ ନିକଟ ମହାନଦୀ କୂଳରେ । ବିଶାଳ କୁମ୍ଭୀରକୁ ଦେଖି ଭୟରେ ଥରିବାକୁ ଲାଗିଥିଲେ ଗାଁ ଲୋକେ ।

ନଦୀର ବାଲି ଉପରେ କେମିତି ଦେଖା ଯାଉଛି । କୁମ୍ଭୀରର ରଙ୍ଗ ଅତି ରୋମାଞ୍ଚକର ରହିଛି । ପୁରା ପଥରଟେ ଭଳି ଦେଖା ଯାଉଛି ଏହି କୂମ୍ଭୀର । କୁମ୍ଭୀରର ରଙ୍ଗ ପାଣି ଗିତରେ ଶୀକାର କରିବା ପାଇଁ ବହୁତ ସହାୟକ ହୋଇଥାଏ । ତେବେ ଏହି କୁମ୍ଭୀରଟି ବାଲି ଉପରେ ଧିରେ ଧିରେ ଚାଲି ଚାଲି ଯାଉଛି । ଖରା କାରଣରୁ ବହୁତ ଥକିଯାଇଥିବା ଜଣା ପଡ଼ୁଛି । ଗାଁର ଲୋକ ମାନେ କୁମ୍ଭୀରକୁ ପୁରା ଜଗି ରହିଛନ୍ତି । ଅବଶ୍ୟ କୁମ୍ଭୀରଟି କାହାର କିଛି କ୍ଷତି କରୁ ନାହିଁ । କୁମ୍ଭୀର ଯୁଆଡ଼େ ଯାଉଛି ଲୋକମାନେ ମଧ୍ୟ ତା ସହ ଯାଉଛନ୍ତି । ସେପେଟ ବନବିଭାଗ କୁମ୍ଭୀରକୁ ଉଦ୍ଧାର କରିଛି । କୁମ୍ଭୀର ଗାଁ ଲୋକେ ଦେଖିଲା ପରେ ଫୋନ୍ କରି ବନବିଭାଗକୁ ଜଣାଇଥିଲେ ।

ପରେ ବନବିଭାଗ ବିଳମ୍ବ ନକରି କୁମ୍ଭୀର ପାଖରେ ପହଞ୍ଚି ଯାଇଥିଲା । ଯାହା ପରେ କୁମ୍ଭୀରକୁ ଉଦ୍ଧାର କରି ବନବିଭାଗ ଦଳ ସାତକୋଶିଆ ଗଣ୍ଡରେ ନେଇ ଛାଡ଼ିଛି । ତେବେ କୁମ୍ଭୀରଟି କୌଣସି କାରଣୁ ସାତକୋଶିଆ ଗଣ୍ଡରୁ ଉଠି ଆସି ମହାନଦୀର କୂଳରେ ବୁଲୁଥିଲା । ଏବେ ନଦୀରେ ପାଣି କମ ଥିବାରୁ ବାଲିକୁ ଚାଲି ଆସିଥିଲା କୁମ୍ଭୀର । ବାଲି ଗରମ ଥିବାରୁ ବହୁତ ହାଲିଆ ହୋଇଯାଇଥିଲା ବୋଲି ସୂଚନା ମିଳିଛି ।

Related Articles

Back to top button