ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ NHRCଙ୍କ ନିର୍ଦ୍ଦେଶ

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ସୋମବାର ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) । ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଗୋପାଳପୁର ଘଟଣାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ଅଭିଯୁକ୍ତଙ୍କ କ୍ରାଇମ୍‌ ସିନ୍‌ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପ୍ରମାଣ ମିଳିଛି । ଗିରଫ ୧୦ ଅଭିଯୁକ୍ତଙ୍କ ମୋବାଇଲ୍‌ ଜବତ କରି ଏସଏଫଏସଏଲକୁ ପଠାଯାଇଛି । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି ବିନୟତୋଷ ମିଶ୍ର କହିଛନ୍ତି।

Related Articles

Back to top button