ଗୋପିକା ବର୍ମାଙ୍କୁ ମିଳିବ ‘ମାହାରୀ ସମ୍ମାନ’

ଭୁବନେଶ୍ୱର: ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ, ରାଜ୍ୟ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ମାର୍ଚ୍ଚ ୧୭ରୁ ରବୀନ୍ଦ୍ର ମଣ୍ଡପଠାରେ ‘ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ପ୍ରଦାନ ଉତ୍ସବ’ ଆୟୋଜିତ ହେବ। ତିନିଦିନ ଧରି ଚାଲିଥିବା ଥିବା ଏହି ଉତ୍ସବରେ ଚେନ୍ନାଇର ମୋହିନୀ ଆଟମ୍‌ ନୃତ୍ୟଶିଳ୍ପୀ ଗୋପିକା ବର୍ମାଙ୍କୁ ‘ମାହାରୀ ସମ୍ମାନ’ ପ୍ରଦାନ କରାଯିବ। ସମ୍ମାନ ବାବଦକୁ ୫୦ହଜାର ଟଙ୍କା, ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ପ୍ରଥମ ସନ୍ଧ୍ୟାରେ ୪ଜଣ ଶିଳ୍ପୀ ବେହେଲା ବାଦକ ଗୁରୁ ରମେଶ ଚନ୍ଦ୍ର ଦାସଙ୍କୁ ‘ବୀଣାକାର’, ମର୍ଦ୍ଦଳ ବାଦକ ଗୁରୁ ଶରତ ଚନ୍ଦ୍ର ରଥଙ୍କୁ ‘ମାଦେଳୀ’, ନୃତ୍ୟ ଶିଳ୍ପୀ ସିକା ଦାସଙ୍କୁ ‘ନାଚୁଣୀ ସମ୍ପ୍ରଦା’ ଓ ଗାୟକ ନିମକାନ୍ତ ରାଉତରାଏଙ୍କୁ ‘ଗାଉଣୀ ସମ୍ପ୍ରଦା’ ଉପାଧି ପ୍ରଦାନ କରାଯିବ।

Related Articles

Back to top button