
ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର । ଗରିବଙ୍କ ଘର ତିଆରି ସ୍ୱପ୍ନକୁ ସାକାର କରିବା ପାଇଁ ୨ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ପରମିଟ୍ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡି ବ୍ୟବହାର କରାଯିବ ।