କଣ୍ଟାବାଞ୍ଜି ସବ୍ ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କଲା କ୍ରାଇମବ୍ରାଞ୍ଚ

ଆଜି କ୍ରାଇମବ୍ରାଞ୍ଚ ସହ ରାଜ୍ୟ ଫରେନ୍ସିକ ସାଇନ୍ସ ଲ୍ୟାବର ସାଇଣ୍ଟିଫିକ୍ ଟିମ୍ କଣ୍ଟାବାଞ୍ଜି ସବଜେଲକୁ ଯାଇ ଅନୁଧ୍ୟାନ କରିଛନ୍ତି । ଜେଲ୍ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ସ୍ଥାନରେ ତାଙ୍କ ଉଚ୍ଚତାର ଜଣେ ଲୋକଙ୍କୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଛି । ଗୋବିନ୍ଦ ବ୍ୟବହାର କରିଥିବା ସମାନ ଧରଣର କାଠ ଗଣ୍ଡି ସହ ଗାମୁଛାକୁ ନେଇ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ।

ଏଥି ସହ ଗୋବିନ୍ଦଙ୍କ ପୋଷ୍ଟମର୍ଟମ ବେଳର ଡିଭିଡି, ଫଟୋଗ୍ରାଫ, ଭିଡିଓକୁ କ୍ରାଇମବ୍ରାଞ୍ଚ ଜବତ କରିଛି । ଘଟଣା ସମ୍ପର୍କରେ ଅନ୍ତେବାସୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । ଗତ ୨୦ ତାରିଖରେ ଗୋବିନ୍ଦ ସାହୁ ଜେଲ୍ ଭିତରେ ଆତ୍ମହତ୍ୟା କରିଥିଲେ । ତାଙ୍କ ପକେଟରୁ ଏକ ଲଫାପା ମିଳିଥିଲା । ଯାହାକି ଗୋବିନ୍ଦ ତାଙ୍କ ଝିଅକୁ ଲେଖିଥିଲେ ।

Related Articles

Back to top button