ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଯାତ୍ରୀବାହି ବସ୍ ସେବା

ଚିତ୍ରକୋଣ୍ଡା: ଲାଲ୍ ଗଡରେ ପ୍ରଥମ ଥର ଲାଗି ଗଡିଲା ସରକାରୀ ବସ୍ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜୋଡାଆମ୍ବ ଠାରୁ ଆରମ୍ଭ ହେଲା ଯାତ୍ରୀବାହି ବସ ସେବା । ଏଣିକି ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ଅଧିକ ସମୟ ଧରି ପାଣ ପଥରେ ଯାତ୍ରା କରିବାକୁ ପଡିବ ନାହିଁ । ସରକାରୀ ବସରେ ବସି ସିଧା ଚିତ୍ରକୋଣ୍ଡା ବ୍ଳକ୍ କାର୍ଯ୍ୟାଳୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ ।

ସ୍ୱାଧୀନତାର ୭୫ ବର୍ଷ ପରେ ନିଜ ଗାଁ ବସ ସେବା ଆରମ୍ଭ ହୋଇ ଥିବାରୁ ଖୁସିରେ ଖୁବ୍ ନାଚିଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକେ । ହେଲେ ବସଟି ଉଦଘାଟନ କରିବାକୁ ଯାଇଥିବା ଚିତ୍ରକୋଣ୍ଡା ବିଧାୟକ ଓ ମାଲକାନଗିରି ଉପଜିଲ୍ଲାପାଳ ମଧ୍ୟ ଖୁସିରେ ଆଦିବାସୀ ଲୋକଙ୍କ ସହ ମିଶି ନାଚିଛନ୍ତି । ଲୋକଙ୍କ ଏହି ଖୁସି ହି ବୟାନ କରୁଛି ସ୍ବାଭିମାନ ଅଞ୍ଚଳର ବିକାଶ କଥା ।

Related Articles

Back to top button