ଦୁର୍ଘଟଣା ଖବର ଦେବ ପାନିକ ବଟନ, ୨୦୨୩ରେ ସାରା ରାଜ୍ୟରେ ଲାଗୁ ହେବ ନିୟମ

ଭୁବନେଶ୍ୱର: ଏଣିକି ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବାକୁ ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସେପ୍ଚେମ୍ବର ୧୯ରେ ଏ ନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ବିଭାଗୀୟ ଅଧିକାରୀ ଏବଂ ସଚିବଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ ନୂଆ ବର୍ଷ ଅର୍ଥାତ ୨୦୨୩ ବେଳକୁ ଗାଡି କିଣିବା ବେଳେ ଯେଉଁ ପଞ୍ଜିକରଣ ହେଉଛି ସେହି ସମୟରେ ଏହି ଟ୍ରାକିଂ ଡିଭାଇସ ବା ଯନ୍ତ୍ର ଲଗାଇବାକୁ ବାଧ୍ଯତାମୂଳକ କରିଛନ୍ତି। ଆଉ ଯେଉଁମାନେ ୨୦୨୩ ପୂର୍ବରୁ ଗାଡି କିଣିଥିବେ ସେମାନେ ମାର୍ଟ୍ଟ ୩୧. ୨୦୨୩ ସୁଦ୍ଧା ଲଗାଇବେ ବୋଲି ଚିଠିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର।

ମେ ୧୯, ୨୦୧୯ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା। ଇଣ୍ଡିଆନ ଅଟୋ କମ୍ପାନୀ (ଆଇଏସି) ଦ୍ୱାରା କେରଳରେ ପ୍ୟାନିକ୍ ବଟନ୍ ସହିତ ବାହନ ଲୋକେସନ- ଟ୍ରାକିଂ (VLT) ଉପକରଣର ଶୁଭାରମ୍ଭ କରାଯାଇଥିଲା। ଏହି ଡିଭାଇସରେ ଏକ ପ୍ୟାନିକ୍ ବଟନ୍ ରହିଛି ଯାହାକୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ପ୍ରେସ କରିପାରିବେ ବା ଚିପିଲେ ସିଧାସଳଖ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ସୂଚନା ଯିବ ଯାହା ତୁରନ୍ତ ପଦକ୍ଷେପ ଗ୍ରହଣ କରିବାରେ ସହଯୋଗ କରିବ। ଏହି ଗ୍ୟାଜେଟ୍ ଟ୍ରକ ଏବଂ ବସରେ ମଧ୍ୟ ଲଗାଯିବ । ଯାହା ଫଳରେ ଚାଳକଙ୍କ ଗାଡି ଚଳାଇବା ଉପରେ ନଜର ରଖିହେବ । ଯେପରିକି ଦ୍ରୁତ ଗତି, ବ୍ରେକିଂ, ନାଇଟ୍ ଡ୍ରାଇଭିଂ, ମଦ ପିଇ ଗାଡି ଚଳାଇବା ଇତ୍ୟାଦି।

Related Articles

Back to top button