ବିପୁଳ ପରିମାଣର ଜିଏସ୍‌ଟି ଫାଙ୍କି: ବୌଦ୍ଧର ୨ଟି ସ୍ଥାନରେ ଚଢ଼ାଉ, ୫.୬୮ କୋଟି ଜବତ

ବୌଦ୍ଧ: ବିପୁଳ ପରିମାଣର ଜିଏସ୍‌ଟି ଫାଙ୍କି ଅଭିଯୋଗକୁ ଭିତ୍ତି କରି ବୌଦ୍ଧ ସହରର ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୌଦ୍ଧ ବାବୁସାହି ସ୍ଥିତ ବଜରଙ୍ଗ ଅଗ୍ରଓ୍ୱାଲଙ୍କ ଶ୍ରୀ ବିନାୟକ ଟେକ୍ସଟାଇଲରେ ପ୍ରଥମ ଚଢ଼ଉ ହୋଇଥିବା ବେଳେ ସୁଦସାହିର ରାଧେଶ୍ୟାମ୍ ସିଂଘାଲ ଏବଂ ତାଙ୍କ ପାଟନର ନାରାୟଣ ପ୍ରସାଦ ଅଗ୍ରଓ୍ୱାଲଙ୍କ ନାମରେ ଥିବା ସିଂଘାଲ ଆଣ୍ଡ ସିଂଘାଲ ଟେକ୍ସଟାଇଲରେ ଦ୍ୱିତୀୟ ଚଢ଼ାଉ କରାଯାଇଥିଲା।

ବିନାୟକ ଟେକ୍ସଟାଇଲର ମାଲିକ ବଜରଙ୍ଗ ଅଗ୍ରଓ୍ୱାଲଙ୍କ ଘରୁ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କାକୁ ସମ୍ପୃକ୍ତ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟରରେ ଡିପୋଜିତ କରି ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି। ସେହିପରି ସିଂଘାଲ ଆଣ୍ଡ ସିଂଘାଲ ଟେକ୍ସଟାଇଲର ମାଲିକଙ୍କ ଘରୁ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର, କମ୍ପ୍ୟୁଟର, ଲାପଟପ୍ ଜବତ କରାଯାଇଛି।

 

Related Articles

Back to top button