ରାୟଗଡ଼ାରେ ସୁନା ଦୋକାନରେ ଜିଏସଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ

ରାୟଗଡ଼ା: ଚଢା ଦାମ ନେଇ ବିକୁଥିଲେ ନିମ୍ନମାନର ସୁନା । ଖବର ପାଇ ମାଡି ବସିଲା ବାଣିଜ୍ୟ କର ବିଭାଗ ।  ରାୟଗଡ଼ା ଜିଲ୍ଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଜିଏସଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି ।  ରାଜ୍ୟ ବାଣିଜ୍ୟ କର ବିଭାଗ ଅତିରିକ୍ତ କମିଶନର ବୈଶାଗୁ ବାହାଲଙ୍କ ନେତୃତ୍ୱରେ ଏକଟିମ୍ ଦିନ ୧୧ ଟା ସମୟରେ ଅଚାନକ ଭାରତୀ ସୁନା ଦୋକାନରେ ଚଢାଉ କରି ତାହାର ବିଲ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ ।

ଡେପୁଟି କମିଶନର ବାହାଲ କହିଛନ୍ତି,  ଏକ ଅଭିଯୋଗକୁ ଭିତ୍ତି କରି ଉପରିସ୍ଥ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ଅଭିଯୋଗକାରୀଙ୍କ ନାମ ସୁରକ୍ଷା ଦୃଷ୍ଟିରୁ ନାମ ଗୋପନ ରଖିଥିବା ସେ କହିଛନ୍ତି ।

ଭାରତୀ ସୁନା ଦୋକାନୀ ମାଲିକ କେ ଗୌରି ଓ କେ ସୁନିଲ କୁମାର ଲୋକମାନଙ୍କୁ ନିମ୍ନ ମାନର ସୁନା ବିକ୍ରି କରି ଠକୁଥିବା ନେଇ ଭୁବନେଶ୍ବର ସ୍ଥିତ ମୁଖ୍ୟ ରାଜ୍ୟ ବାଣିଜ୍ୟ କର କାର୍ଯ୍ୟାଳୟରେ ଅଭିଯୋଗ  ହୋଇଥିଲା  ।  ଅଭିଯୋଗ ପାଇବା ପରେ ଏହି ଚଢ଼ାଉ ହୋଇଥିବା ଜଣା ପଡ଼ିଛି ।

ଏହି ଚଢାଉ ଫଳରେ ବାଣିଜ୍ୟ କର ଠକୁଥିବା ସମସ୍ତ ସୁନା ଦୋକାନୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ବହୁତ୍ ଦିନ ପରେ ରାୟଗଡ଼ା ଜିଲ୍ଲାରେ ଏହି ଚଢାଉ ହୋଇଥିବା ବେଳେ ଜନସାଧାରଣ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି।

Related Articles

Back to top button