
ଗୁଜରାଟ ମଡେଲରେ ଭୁବନେଶ୍ୱରରେ କମ୍ ମୂଲ୍ୟରେ ଉପଲବ୍ଧ ହେବ ଘର
ଏଣିକି ରାଜ୍ୟ ରାଜଧାନୀରେ ଜଣେ ସାଧାରଣ ବ୍ୟକ୍ତି ଘର କିଣି ପାରିବେ । ଗୁଜରାଟ ମଡେଲରେ ଭୁବନେଶ୍ୱରରେ କମ୍ ମୂଲ୍ୟରେ ଘର ଉପଲବ୍ଧ ହେବ । ଏଥିପାଇଁ ଆଫୋର୍ଡେବଲ ହାଉସିଂ ଯୋଜନାରେ ଶସ୍ତାରେ ଘର ଯୋଗାଇ ଦିଆଯିବା ନେଇ କହିଛନ୍ତି ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଏଥିପାଇଁ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏବଂ ଭୁବନେଶ୍ୱର ଉନ୍ନୟନ କମିଶନଙ୍କ ସହଯୋଗରେ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ଜମି ଚିହ୍ନଟ ହୋଇସାରିଛି । ପ୍ରାୟ ୮୦୦ ଏକର ଜମି ଉପରେ ଏହି ଟାଉନସିପ୍ ନିର୍ମାଣ କରାଯିବ । ଗୁଜରାଟର ଅହମ୍ମଦାବାଦ ସହର ଭଳି ଓଡ଼ିଶା ସରକାର ସିଟି ନିର୍ମାଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ଗତ କିଛି ଦିନ ପୂର୍ବରୁ ଏ ନେଇ ଜନମତ ମଧ୍ୟ ଲୋଡ଼ା ଯାଇଥିଲା । ସାଧାରଣ ଲୋକଙ୍କଠାରୁ ଆବେଦନ ଗ୍ରହଣ କରାଯାଇଛି ।