କଡ଼ାସୁରକ୍ଷା ମଧ୍ୟରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜିତ
ସମ୍ବଲପୁର: କଡ଼ା ସୁରକ୍ଷା ଭିତରେ ବହୁ ପ୍ରତୀକ୍ଷିତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମ୍ବଲପୁର ସହର ଭିତରେ ଆୟୋଜନ କରାଯାଇଛି। ସନ୍ଧ୍ୟା ପ୍ରାୟ ୬ଟାରେ ଏହି ଶୋାଭାଯାତ୍ରା ଧନକଉଡ଼ା ଠାରୁ ବାହାରିଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ଥିବା ବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍ପି ବାତୁଲା ଗଙ୍ଗାଧର ଉପସ୍ଥିତ ଅଛନ୍ତି।
ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ଶୋଭାଯାତ୍ରା ପୂର୍ବରୁ ଡ୍ରୋନ୍ ଉଡ଼ିଛି। ଗତ ବୁଧବାର ଦିନ ସନ୍ଧ୍ୟା ସମୟରେ ଏକ ସଂଗଠନ ପକ୍ଷରୁ ଆୟୋଜିତ ରାଲି ଉପରକୁ ପଥରମାଡ଼ ଘଟଣା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ରାଲି ସ୍ଥାନର ଆକାଶରେ ଡ୍ରୋନ୍ ଉଡୁଛି। ସମ୍ଭାବିତ ଆକ୍ରମଣକୁ ଦୃଷ୍ଟିରେ ରଖି ଡ୍ରୋନ୍ ଉଡାଇବା ବ୍ୟବସ୍ଥା କରାଯାଇଛି। ବୁଧବାର ସନ୍ଧ୍ୟାରେ ସଂଗଠିତ ଆକ୍ରମଣ ଘଟଣାରେ ପୁଲିସ ୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଛାନ୍ଭିନ୍ ଜାରି ରଖିଛି ବୋଲି ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।