ଜାତୀୟ ଉତ୍ସବ ହେବ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ।
ଜାତୀୟ ଉତ୍ସବ ହେବ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ଉତ୍ସବ ଭାବେ ଆୟୋଜନ କରାଯିବ । ଆୟୋଜନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ପ୍ରଦାନ କରିଛନ୍ତି ।ଓଡିଶାର କିମ୍ବଦନ୍ତୀ ଜାତୀୟତାବାଦୀ ନେତାଙ୍କ ପାଇଁ ଏହା ମହାନ ଶ୍ରଦ୍ଧାଞ୍ଜଳି ଏବଂ ଓଡିଆ ଆସ୍ମିତାର ଏକ ନିୟମ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଜାତୀୟ ଉତ୍ସବ ପାଳନ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।