ନକଲି ଡାକ୍ତର ଚିହ୍ନଟ କରି ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଭୁବନେଶ୍ୱର: ରାଜ୍ୟରେ କେତେ ଜଣ ନକଲି ଡାକ୍ତର ରହିଛନ୍ତି। ତାର ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ। ରାଜ୍ୟ ସରକାର ଏହାର ଉତ୍ତର ରଖି କହିଥିଲେ, ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଧାର୍ଯ୍ୟ ସମୟସୀମା ଉଲ୍ଲେଖ କରିନଥିଲେ ସରକାର। ଏହାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଓଡ଼ିଶାରେ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଏକ ନିର୍ଘଣ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସତ୍ୟପାଠ ପଢିବା ପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ ସିଡିଏମଓମାନଙ୍କୁ ଯାଞ୍ଚ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ହାଇକୋର୍ଟ ଶୁଣାଣି ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖକୁ ଫିକ୍ସ କରିବାକୁ କହିଛନ୍ତି। ଫେବ୍ରୁଆରି ୨୦ ସୁଦ୍ଧା ଏ ସଂକ୍ରାନ୍ତରେ ଆଉ ଏକ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button