ସରକାରଙ୍କ ନଜରରେ ଅଛି କୋଭିଡ, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ,: ସ୍ୱାସ୍ଥ୍ୟମନ୍ତ୍ରୀ

କୋଭିଡ୍‌ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍‌। କେହି ଭୟଭୀତ ହୁଅନ୍ତୁ ନାହିଁ କହିଲେ ମୁକେଶ ମହାଲିଙ୍ଗ । ସରକାରଙ୍କ ନଜରରେ ଅଛି, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ନେଇ ମଧ୍ୟ କାମ ଚାଲିଛି ।ୟୁଏସରେ ପହଞ୍ଚିଲା ଚାଇନା କରୋନା । କୋଭିଡର ନୂଆ ଭାରିଆଣ୍ଟ NB.1.8.1 ଆମେରିକାରେ ଚିହ୍ନଟ ହୋଇଛି । ମାର୍ଚ୍ଚ ଶେଷ ଏବଂ ଏପ୍ରିଲ ଆରମ୍ଭ ମଧ୍ୟରେ ଆମେରିକା ବିମାନବନ୍ଦରରେ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ମଧ୍ୟରେ ଏହା ଚିହ୍ନଟ ହୋଇଥିବା ଜଣାପଡିଛି । କୋଭିଡର ଏହି ନୂଆ ଭାରିଆଣ୍ଟ NB.1.8.1 ଅତ୍ୟନ୍ତ ସଂକ୍ରାମକ ଏବଂ ଦୃତ ଗତିରେ ବ୍ୟାପୁଛି ।ନୂଆ ଭାରଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଭାରିଆଣ୍ଟ ସହ ସମାନ । ଅର୍ଥାତ ସଂକ୍ରମିତଙ୍କକୁ କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥାଏ । ତଥାପି ପୂର୍ବ ଭାରିଆଣ୍ଟଗୁଡ଼ିକ ଅପେକ୍ଷା ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଚିନ୍ତା ବଢାଇଛି । ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମଣର ଶିକାର ହେଉଥିବା ଜଣାପଡିଛି । ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ପ୍ରଭାବିତ ହେଉଛନ୍ତି ।

ଚୀନରେ ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି । କୋଭିଡ ନେଇ ଆଜି ବସୁଛି ବଡ଼ ବୈଠକ । କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀରେ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ କଣ ସତର୍କତାମୂଳକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ଏହାସହିତ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ଗାଇଡଲାଇନ୍ ମଧ୍ୟ ନିର୍ଦ୍ଧାରିତ କରାଯିବ ।

Related Articles

Back to top button