ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଝାରସୁଗୁଡ଼ା : ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗୁଳିକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୋମବାର କ୍ରାଇମବ୍ରାଞ୍ଚ ଅଧିକାରୀ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି। ସୁନ୍ଦରଗଡ଼ ପୋଲିସ ରିଜର୍ଭ ଅଫିସରେ ଅଭିଯୁକ୍ତ ଗୋପାଳଙ୍କୁ ଜେରା କରାଯାଉଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଏଏସ୍‌ଆଇ ଏକାକୀ ଗୁଳି କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ବ୍ରଜରାଜନଗର ଗାନ୍ଧୀଛକଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଉଥିଲେ। ସଭାସ୍ଥଳ ୧୦୦ ମିଟର ଥିବାବେଳେ ସମର୍ଥକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ କାର୍‌ରୁ ପାଛୋଟି ନେବା ସମୟରେ ମନ୍ତ୍ରୀଙ୍କ ପୂର୍ବତନ ପିଏସ୍‌ଓ ତଥା ବ୍ରଜରାଜନଗର ଗାନ୍ଧୀଛକ ପୋଲିସ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ଦାସ ଅତି ନିକଟରୁ ତାଙ୍କ ଉପରକୁ ଗୁଳି କରିଥିଲେ।

Related Articles

Back to top button