ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମଲାର ହେବ ପୁନଃ ଶୁଣାଣି

କଟକ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ମାମଲାର ହେବ ପୁନଃ ଶୁଣାଣି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ପୁନଶ୍ଚ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ଇଡି ମାମଲାରେ ବ୍ୟକ୍ତିଗତ ହାଜର ନ ହେବାକୁ ଶ୍ରଦ୍ଧାଞ୍ଜଳି ଆବେଦନ କରିଥିଲେ । ତେବେ ଏହି ଆବେଦନକୁ ସ୍ୱତନ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ କୋର୍ଟ ଖାରଜ କରିଥିଲେ। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଶ୍ରଦ୍ଧାଞ୍ଜଳି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ଶ୍ରଦ୍ଧାଞ୍ଜଳିଙ୍କ ଆବେଦନର ସ୍ୱତନ୍ତ୍ର ଇଡି କୋର୍ଟରେ ପୁନଶ୍ଚ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ହନି ଟ୍ରାପ୍‌ ମାମଲାରେ ଇଡି ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କୁ ଚତୁର୍ଥ ଅଭିଯୁକ୍ତ ଦର୍ଶାଯାଇଛି । ସେପଟେ କିଛି ଦିନ ତଳେ, ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ବିସ୍ଫୋରକ ବୟାନ ଦେଇଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜଗବନ୍ଧୁ କହିଥିଲେ, ଆମ ମୁଣ୍ଡରେ ଅଠା ବୋଳାଯାଇଛି । ସବୁ ସେଇ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ବୋଲି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ନେବା ବେଳେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଗବନ୍ଧୁ ଚାନ୍ଦ। ଏଥିସହ ଜଗବନ୍ଧୁ କହିଛନ୍ତି, ସେ ଝିଅକୁ ଟଙ୍କା ଲାଳସା ଦେଖାଇ ଆମ ନାଁରେ ଅଠା ବୋଳିଛନ୍ତି, ତାଙ୍କୁ ଶୀଘ୍ର ବାହାର କରାଯାଉ । ସମୟ ଆସିଲେ ସବୁ କହିବୁ ବୋଲି କହିବା ସହ ଏହାପଛରେ ଆହୁରି ଅନେକ ଲୋକ ଥିବା କହିଛନ୍ତି ଜଗବନ୍ଧୁ । ସେମାନଙ୍କୁ ବାହାର କରିବାକୁ ସେ ଦାବି କରିଛନ୍ତି । ଏଥିସହ ଜଗବନ୍ଧୁ କହିଛନ୍ତି, ସେମାନେ କାହାକୁ ଟଙ୍କା ମାଗି ନାହାନ୍ତି ।

Related Articles

Back to top button