କାମାକ୍ଷାନଗରରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଛି । ସୌଭାଗ୍ୟବଶତଃ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ୍ ପାଲଲହଡ଼ାରୁ ଯାତ୍ରୀ ନେଇ ଭୁବନେଶ୍ୱର ଯାଉଥିବା ବେଳେ ବିଜାଡିହ ଛକ ନିକଟରେ ଏପରି ଅଘଟଣ ଘଟିଛି । ତେବେ ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ଅନୁମାନ କରାଯାଉଛି। ବସ୍‌ରେ; ଥିବା ଯାତ୍ରୀ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।

Related Articles

Back to top button