6 ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର

ଆହୁରୀ 4 ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟରେ ସିନା ରେର୍ଡ ଆର୍ଲଟ ଉଠିଯାଇଛି । ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି 4 ଦିନ ଅର୍ଥାତ 6 ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ବଲାଙ୍ଗିର ଜିଲ୍ଲା 45 ଡିଗ୍ରୀ ରେର୍କଡ କରି ଗତ କଲି ସବୁଠାରୁ ଉତ୍ତପ୍ତ ସହର ହୋଇଥିଲା । ଆଜି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । । ତେବେ କ୍ରମାଗତ ଭାବେ ୧୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା ।

ସେପଟେ ୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ତେବେ ଆଜି ପାଇଁ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ସମ୍ବଲପୁର, ସୋନପୁର, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡା, ଅନୁଗୋଳ ଏବଂ ଦେବଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିବା ସହ ୪ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ହଟିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Related Articles

Back to top button