ଆଗମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ‌ ବର୍ଷା

ଆଗମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ‌ ବର୍ଷା । ଚାରି ଦିନ ପରେ ଅନେକ ସ୍ଥାନରେ ମଧ୍ୟମ ଓ ହାଲୁକା ଧରଣର ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ବିଜୁଳି, ପବନ ସହ ଘଡଘଡିର ମଧ୍ୟ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସୂଚନା ମୁତାବକ ‌ଆଗାମୀ ୨୪ଘଣ୍ଟା ପାଇଁ ଜାରି ରହିବ ଲଗାଣ ବର୍ଷା। ଏନେଇ‌ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ନୁଆପଡା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବିଜୁଳି ପବନ ସହ ଝଟକା ପବନ ୪୦ରୁ ୫୦କିମି ପ୍ରତି ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ସହ ମୟୁରଭଞ୍ଜ, କୋରାପୁଟ ଓ ମାଲକାନ‌ଗିରି ଜିଲ୍ଲାରେ ଖାଲି ବିଜୁଳି ଘଡଘଡି ସହ ଝଟକା ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । । ବାକି ଅନ୍ୟ ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଓ ହାଲକା ମଧ୍ୟମ ଧରଣର ବର୍ଷା ସହ ଝଟକା ପବନ ୩୦ରୁ ୪୦କିମି ବେଗରେ ପବନ ବହିବାର ପୁର୍ବାନୁମାନ‌ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Related Articles

Back to top button