ଆସନ୍ତା ୨୩, ୨୪ ଓ ୨୫ରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ଗୋଟିଏ ପଟେ ବାତ୍ୟାକୁ ନେଇ ସାଧାରଣ ଲୋକଙ୍କ ମନରେ ଛନକା ରହିଥିବା ସମୟରେ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଏବଂ ଆସନ୍ତାକାଲି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୩, ୨୪ ଓ ୨୫ରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ।ଅନ୍ୟପଟେ, ବଜ୍ରପାତ ନେଇ ମଧ୍ୟ ଆଞ୍ଚଳି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡରେ ବଜ୍ରପାତ ହେବ ବୋଳି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ। ଏହା ଉତ୍ତପ -ପଶ୍ଚିମ ଦିଗ ଆଡକୁ ଯାଇପାରେ। ଏହା ଅଧିକ ଘନୀଭୂତ ହୋଇ ପାରେ। କିନ୍ତୁ ଏହା ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ। ୨୩ ଓ ୨୪ ତାରିଖ ବେଳକୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ବର୍ଷା ହେବ ବୋଲି ସେ କହିଛନ୍ତି। ସେପଟେ, କିନ୍ତୁ ଜିଏଫ୍-ଏସ୍ ମଡେଲ୍ ସଦ୍ୟ ଆକଳନ ଅନୁସାରେ, ୨୪ ତାରିଖ ରେ ପାରାଦୀପରୁ ବାଲେଶ୍ବର ମଝିରେ ଓଡି଼ଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା ମାଡ଼ ହୋଇପାରେ। ଲ୍ୟାଣ୍ତଫଲ୍ ସମୟରେ ବାତ୍ୟା କେନ୍ଦ୍ରସ୍ଥଳ ର ଚାପ ୯୪୪ ମିଲିବାର୍ ରହିବ। ଏହା ଅତିଭୀଷଣ ବାତ୍ୟା ରୂପ ନେଇପାରେ। ୨୫ ତାରିଖରେ ମଧ୍ୟ ଓଡି଼ଶାରେ ବାତ୍ୟାର ପ୍ରଭାବ ରହିବ। ବାତ୍ୟା ପ୍ରଭାବରେ ରାଜ୍ୟରୁ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Related Articles

Back to top button