୨୯ ତାରିଖ ଯାଏଁ ପ୍ରବଳ ବର୍ଷା : ୧୧ ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ତେବେ ଏହି କାରଣରୁ ୨୯ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଅରେଞ୍ଜ ୱାର୍ଣ୍ଣିଂ କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲେ, ଝାରସୁଗୁଡା, ବରଗଡ଼, ସୁନ୍ଦର ଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳୁ, ଦେବଗଡ଼, କେନ୍ଦୁଝର ଜିଲ୍ଲା ଅନ୍ତର୍ଭୁକ୍ତ । ସଚେତନ ରହିବାକୁ ଆଞ୍ଚଳିକ ପାଣି ବିଭାଗ ସୂଚନା ଦେଇଛନ୍ତି ।

ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଓ ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଛି । ପୂର୍ବରୁ ମୌସୁମୀ ବାୟୁ ପ୍ରବେଶ ସହିତ ଲଘୁଚାପ ଆଧିକ ସକ୍ରିୟ କରିଛି । ଏଥିପାଇଁ କୁହାଯାଇଥିଲା ଯେ, ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି, ହେଲେ ବର୍ତ୍ତମାନ ପାଣିପାଗ ବିଭାଗ ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ଲାଗି ସମ୍ଭାବନା ପ୍ରକାଶ କରାଯାଇଛି ।

Related Articles

Back to top button