ବାତ୍ୟା ‘ଦାନା’ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ।

ବାତ୍ୟା ‘ଦାନା’ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା । ବାତ୍ୟା ଦାନା ସ୍ଥଳଭାଗକୁ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଏହାସହ ଉପକୂଳ ଜିଲ୍ଲାଗୁଡିକରେ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି । ପାରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି ।ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ରହିଛି ଚାନ୍ଦବାଲି । ଏଠାରେ ୪୬.୨ ମି.ମି. ବର୍ଷା ରେକର୍ଡ କରାଯାଇଛି । କୁଜଙ୍ଗ ଓ ରାଜନଗରରେ ୨୭ ମି.ମି. ବର୍ଷା ରେକର୍ଡ କରାଯାଇଥିବା ନୀଳଗିରିରେ ୨୩ ମି.ମି. ବର୍ଷା ରେକର୍ଡ କରାଯାଇଛି ।ସେହିପରି ପଟ୍ଟାମୁଣ୍ଡାଇରେ ୨୨.୫ ମି.ମି., ଆଳିରେ ୨୧ ମି.ମି., ସୋର ଓ ବେତନଟୀରେ ୧୯ ମି.ମି., ଔପଦାରେ ୧୮ ମି.ମି., ଧାମନଗର ଓ ସାରସକଣାରେ ୧୬ ମି.ମି., ବାଙ୍ଗିରିପୋଷିରେ ୧୨.୬ ମି.ମି. ଓ ଭଦ୍ରକରେ ୧୨.୩ ମି.ମି. ବର୍ଷା ରେକର୍ଡ କରାଯାଇଛି।

Related Articles

Back to top button