
ରାଜ୍ୟରେ ବନ୍ୟାଭଳି ପରିସ୍ଥିତି ଆଣିପାରେ ଅବପାତ ଜନିତ ବର୍ଷା
ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏପରିକି ଅବପାତ ଜନିତ ବର୍ଷା ବନ୍ୟାଭଳି ପରିସ୍ଥିତି ଆଣିପାରେ ବୋଲି ଆକଳନ କରାଯାଉଛି । ଆଜି ଉତ୍ତର ଓଡ଼ିଶା ଓ ଆସନ୍ତାକାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଅବବାହିକା, ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ବର୍ଷା ହେବ । କିଛି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।