୧୯ ଓ ୨୦ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପର ଆଶଙ୍କା କରି ଭୁବନେଶ୍ୱର ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଦକ୍ଷିଣ ଛତିଶଗଡ ତଥା ତାହାକୁ ସଂଲଗ୍ନ ବିଦର୍ଭରେ ଏବେ ଲଘୁଚାପ ସକ୍ରିୟ ରହିଛି । ବଙ୍ଗୋପସାଗରରେ ଏହି ଲଘୁଚାପ ୧୮ ତାରିଖରେ ସକ୍ରିୟ ହେବାର ସମ୍ଭାବନା ବେଶୀ । ଯାହା ୧୯ ଓ ୨୦ ତାରିଖରେ ଓଡିଶା ଆଡକୁ ମୁହାଁଇପାରେ । ଫଲରେ ରାଜ୍ୟରେ ଲଘୁଚାପ ଯୋଗୁଁ ଆସନ୍ତା ୨୦ ତାରିଖ ଯାଏଁ ବର୍ଷା ଲାଗି ରହିବ ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ଆଜି ଏଥିପାଇଁ ୬ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ୬ ଟି ଜିଲ୍ଲା ହେଉଛି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର ୯ ଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ , ନୟାଗଡ ଓ ପୁରୀ ସାମିଲ ଅଛନ୍ତି ।

Related Articles

Back to top button