ଆଜି ହେରାପଞ୍ଚମୀ, ମହାଲକ୍ଷ୍ମୀ ଭାଙ୍ଗିବେ ମହାପ୍ରଭୁଙ୍କ ରଥ

ମା’ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ରାଗ ସୁଝାଇବେ। ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଚାଲିଯିବେ।

ଆଜି ରଥଯାତ୍ରା ପର୍ବର ୫ମ ଦିନରେ ହେରାପଞ୍ଚମୀ।  ଆଷାଢ଼ ଶୁକ୍ଳ ଷଷ୍ଠୀ। ଭାଇ, ଭଉଣୀଙ୍କୁ ସାଥୀରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବାକୁ ଚାଲିଆସିଥିବା ମହାପ୍ରଭୁଙ୍କର ପୁଣି ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ଆସିବା ବେଳେ ମା’ ମହାଲକ୍ଷ୍ମୀଙ୍କୁ ସେ ସାଥୀରେ ଆଣିନାହାନ୍ତି। ତେଣୁ ଅଭିମାନ କରିଥିବା ମା’ ମହାଲକ୍ଷ୍ମୀ  ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଉପରେ ରାଗ ସୁଝାଇବେ। ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଚାଲିଯିବେ।

ଆଜି ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରିବେ। ତାହା ପରେ ମା’ ଲକ୍ଷ୍ମୀଙ୍କ ବନକଲାଗି ହେବ। ମା’ଙ୍କୁ ପାଟ ଓ ଅଳଙ୍କାର ଲାଗି ହେବେ। ପାଳିଆ ମେକାପ, ପ୍ରତିହାରୀ ଓ ମୁଦୁଲି ସେବକମାନେ ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରିବେ। ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟ ବୃକ୍ଷ ତଳେ ଥିବା ବିମାନରେ ବିଜେ କରାଇବେ।

Related Articles

Back to top button