ରାଜସ୍ୱ ଗ୍ରାମରେ ପରିବର୍ତ୍ତିତ ହେବ ପଡ଼ାଗ୍ରାମ, ଚିହ୍ନଟ କରି ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପଡ଼ାଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମରେ ପରିବର୍ତ୍ତନ କରାଯିବା ପାଇଁ ଜିଲ୍ଲାପାଳମାନେ ୫ ହଜାର ୧୫ଟି ଚିହ୍ନିତ ପଡ଼ାଗ୍ରାମର ତଥ୍ୟ ପ୍ରଦାନ କରିଛନ୍ତି । ରାଜସ୍ୱ ପର୍ଷଦ ଦ୍ୱାରା ୧ ହଜାର ୬୬୬ଟି ପଡ଼ାଗ୍ରାମ ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଫଇସଲା କରାଯାଇଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅବଶିଷ୍ଟ ୩ ହଜାର ୩୪୯ଟି ପଡ଼ାଗ୍ରାମ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ତଥ୍ୟାବଳୀ ସମସ୍ତ ଜିଲ୍ଲାପାଳମାନେ ପ୍ରଦାନ କରିବାକୁ ରାଜସ୍ୱ ପର୍ଷଦ ସଦସ୍ୟ ରାଜ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଏ ସମ୍ବନ୍ଧୀୟ ତଥ୍ୟରୁ ଜଣାଯାଏ ୬୭୧ ଗୋଟି ପଡ଼ାଗ୍ରାମକୁ ରାଜସ୍ୱ ଗ୍ରାମରେ ପରିବର୍ତ୍ତିତ କରାଯିବା ପାଇଁ ଆଦେଶ ପ୍ରଦାନ କରାଯାଇଥିବାବେଳେ ୧୦୩ ଗୋଟି ପଡ଼ାଗ୍ରାମ ମାମଲାର ତଥ୍ୟ ଭୂଲେଖରେ ଗତ ଡିସେମ୍ବର ୨୯ ତାରିଖ ସୁଦ୍ଧା ପଞ୍ଜୀକୃତ ହୋଇଛି । ସେହିପରି ଜିଲାରୁ ଅନ୍ୟ ପଡ଼ାଗ୍ରାମଗୁଡ଼ିକୁ ଚିହ୍ନଟ କରି ପ୍ରସ୍ତାବନାମା ରାଜସ୍ୱ ପର୍ଷଦକୁ ପଠାଯିବ ଏବଂ ପ୍ରତି ମାସରେ ଏ ସମ୍ବନ୍ଧରେ ରିଭିୟୁ ବୈଠକ କରାଯିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Related Articles

Back to top button