ବର୍ଷାଙ୍କ ରିଟ୍ ପିଟିସନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବଙ୍କ ପାଟି ଚୁପ୍ କରିବା ପାଇଁ ବର୍ଷା ହାଇକୋର୍ଟରେ ରିଟ୍ ପିଟିସନ୍ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଆଜି ତାହାକୁ ଖାରଜ କରି ଦେଇଛନ୍ତି । ସାଂସଦ ଅନୁଭବ ମହାନ୍ତି କ୍ରମାଗତ ଭାବରେ ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ଉଭୟଙ୍କ ବୈବାହିକ ଜୀବନକୁ ମନ୍ତବ୍ୟ ଦେଉଥିଲେ । ଯାହା ବର୍ଷାଙ୍କ ପାଇଁ ଅତନ୍ତ୍ୟ ନିନ୍ଦନୀୟ ଥିଲା । ସୋସିଆଲ ମିଡିଆରେ ଅନୁଭବଙ୍କ ମୁହଁକୁ ବନ୍ଦ କରିବା ପାଇଁ ବର୍ଷା କୋର୍ଟର ସାହାରା ନେଇଥିଲେ । ଏନେଇ ବର୍ଷା କୋର୍ଟରେ ପିଟିସନ୍ ଦାଖଲ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଅଭିନେତା ଓ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ଉଭୟ ପରସ୍ପର ଉପରେ ଦୋଷାରୋପ କରିଥିଲେ । ଉଭୟଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ଘୂରୁ ବୁଲେ । ଏସବୁ ମଧ୍ୟରେ କିଛଇି ଦନ ପୂର୍ବରୁ ଅନୁଭବ ମହାନ୍ତି ସମସ୍ତଙ୍କୁ ଚମକାଇଲା ଭଳି ମନ୍ତବ୍ୟ ଦେଇଥିଲେ । ବିବାହ ପରେ ଉଭୟଙ୍କ ମଧ୍ୟରେ କୌଣସି ଶରୀରିକ ସମ୍ପର୍କ ନଥିଲା ଏବଂ ବର୍ଷ ଶରୀରିକ ସମ୍ପର୍କ ରଖିବାକୁ ଡରୁଛନ୍ତି ବୋଲି ଅନୁଭବ କହିଥିଲେ । ଏହା ସହ ସେ ଚତୁର୍ଥୀ ରାତିରେ ବହୁତ କାନ୍ଦି ଥିଲେ ବୋଲି ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ଜାରି କରି କହିଥିଲେ । ଯାହା ବର୍ଷାଙ୍କ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଥିଲା ବୋଲି ଅଭିଯୋଗ କରିଥିଲେ । ଅନୁଭବଙ୍କ ମୁହଁରେ ତୁଣ୍ଡି ଲଗାଇବା ପାଇଁ ବର୍ଷା କୋର୍ଟ ଯାଇଥିଲେ ।

Related Articles

Back to top button