ମାଞ୍ଜାସୂତା ବିକ୍ରିକୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ଶୁଣାଣି: ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ: ମାଞ୍ଜା ସୂତାରେ ଗୁଡ଼ି ଉଡାଇବାକୁ ସମ୍ପୂର୍ଣ୍ଣ ବାରଣ କରିବା ସହ ଅନ୍‍ଲାଇନରେ ମାଞ୍ଜାସୂତା ବିକ୍ରିକୁ ନିଷିଦ୍ଧ କରିବା ପାଇଁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ହୋଇଛି । ହାଇକୋର୍ଟ ଆବଦେନକାରୀଙ୍କ ଅଭିଯୋଗକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‍ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ୩ ତାରିଖ ସୁଦ୍ଧା ଏ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଆସନ୍ତା ମକର ସଂକ୍ରାନ୍ତି ପରିପ୍ରେକ୍ଷୀରେ ରାଜ୍ୟରେ ଗୁଡ଼ି ଉଡାଇବାର ଏକ ପରମ୍ପରା ରହିଛି । ତେବେ ଏହା ଜନସାଧାରଣଙ୍କ ପାଇଁ ବିପଦର କାରଣ ହୋଇଥିବା ଯୋଗୁଁ ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ ଗୁଡ଼ି ଉଡାଇବା ଉପରେ କଟକଣା ଲଗାଇବା ପାଇଁ ଦାବି କରୁଛନ୍ତି ।

Related Articles

Back to top button