ବଢୁଛି ହୀରାକୁଦର ଜଳସ୍ତର

ରାଜ୍ୟରେ ମୌସୂମୀ ଜନିତ ବର୍ଷା ଜାରି ରହିଛି । ଏହା ଭିତରେ ହୀରାକୁଦ ଡ୍ୟାମରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡ୍ୟାମରେ ପାଣି ବଢିବା ପରେ ଲୋକଙ୍କ ମନରେ ଭୟ ଦେଖାଦେଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବଢିବା ପରେ ହୋଇଥିବା ବନ୍ୟା ଏବଂ ଏହାର ପରିଣାମ ଯୋଗୁଁ ଲୋକ ଏବେ ସାମାନ୍ୟ ଆଶଙ୍କାରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଡ୍ୟାମକୁ ପ୍ରତି ସେକେଣ୍ଡରେ ୯୦,୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ଜଣାଯାଇଛି । ତେବେ ଅପର ପକ୍ଷରେ ୩୯,୦୮୭ କ୍ୟୁସେକ ଜଳ ଡ୍ୟାମରୁ ନିଷ୍କାସିତ ହେଉଛି । ଫଳରେ ହୀରାକୁଦର ଜଳସ୍ତର ଟିକିଏ ଅଧିକ ରହିଛି । ତେବେ ଦିଲ୍ଲୀର ପରିସ୍ଥିତିକୁ ନେଇ କରାଯାଉଥିବା ଆଶଙ୍କା ଏଠାରେ ନାହିଁ । ଓଡିଶାରେ ସେତେ ପରିମାଣର ବର୍ଷା ହୋଇନାହିଁ, ଯେଉଁଥିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରିବ । କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ଅପେକ୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଖୁବ କମ୍ ବର୍ଷା ରେକର୍ଡ କରାଯାଇଛି ।

Related Articles

Back to top button