ଆଜିଠୁ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକଙ୍କୁ ବାରଣ ସହ ବଢିଲା ସୁରକ୍ଷା

ଆଜିଠୁ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକଙ୍କୁ ବାରଣ । ପର୍ଯ୍ୟଟକଙ୍କୁ ବାରଣ ସହ ବଢିଲା ସୁରକ୍ଷା । ଡ୍ୟାମ ସୁରକ୍ଷା ନେଇ କଟକଣା ଜାରି କଲେ ଡ୍ୟାମ କର୍ତ୍ତୃପକ୍ଷ । ସେପଟେ ଡ୍ୟାମରେ ସକାଳ ୬ଟାରୁ ସୁରକ୍ଷା ସମ୍ପର୍କିତ ସରଂଜାମ ମହଜୁଦ ରଖିଥିବା ସୂଚନା । ସମୁଦ୍ର ପଥ ଦେଇ ଆତଙ୍କବାଦୀମାନେ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି ।ରାତି ତମାମ୍ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ଆଜି ସକାଳୁ ମଧ୍ୟ ଭାରତ-ପାକ୍ ସୀମାରେ ଉତ୍ତେଜନା ଲାଗି ରହିଛି । ପାକିସ୍ତାନ ଅକ୍ରମଣର କଡ଼ା ଜବାବ ଦେଉଛି ଭାରତ। ପାକିସ୍ତାନ ଜୋରଦାର ମିଶାଇଲ ଏବଂ ଡ୍ରୋନ ମାଡ଼ କରିଥିବା ବେଳେ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ପ୍ରତିହତ କରିବାରେ ସକ୍ଷମ ହୋଇଛି ଦେଶ । ଲାହୋର,ଇସଲାମବାଦ ଓ କରାଚୀ ଭିଳି ଅନେକ ସ୍ଥାନରେ ଡ୍ରୋନ ମାଡ଼ କରିଛି ଭାରତ ।

ଭାରତୀୟ ସେନା ବୟାନରେ କହିଛି ଯେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଜମ୍ମୁ, ପଠାଣକୋଟ ଓ ଉଧମପୁରରେ ସାମରିକ ସଂସ୍ଥାନକୁ ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଟାର୍ଗେଟ୍ କଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାଇନେଟିକ୍ ଓ ନନ୍ କାଇନେଟିକ୍ କ୍ଷମତାର ଉପଯୋଗ କରି ବିପଦକୁ ତୁରନ୍ତ ବିଫଳ କରାଗଲା। ଏହି ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତ ନିଜର ସଂପ୍ରଭୁତାର ସୁରକ୍ଷା କରିବା ଏବଂ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

Related Articles

Back to top button