ଆସନ୍ତା ୬ ତାରିଖରେ ପ୍ରଥମ ଥର ପାଇଁ ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲାଯିବ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଖୋଲାଯିବ ହୀରାକୁଦ ଜଳ ଭଣ୍ଡାର ଗେଟ୍ । ଆସନ୍ତା ୬ ତାରିଖରେ ପ୍ରଥମ ଥର ପାଇଁ ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲାଯିବ । ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ । ପୂଜାର୍ଚ୍ଚନା କରାଯିବା ପରେ ଜଳ ଭଣ୍ଡାରରୁ ପାଣି ଛଡ଼ାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି । ପ୍ରାଥମିକ ପର୍ଯ୍ୟାୟରେ କେତୋଟି ଗେଟ୍ ଖୋଲାଯିବ ସେ ନେଇ କିଛି ସୂଚନା ମିଳି ପାରି ନାହିଁ ।

ଆସନ୍ତା ୬ ତାରିଖ ଦିନ ୧୦ ଘଟିକା ସମୟରେ ହୀରାକୁଦ ଜଳଭଣ୍ଡାର ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବା ପରିପ୍ରେକ୍ଷୀରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଏଣୁ ହୀରାକୁଦ ଜଳଭଣ୍ଡାର ତଳି ଅଞ୍ଚଳରେ ଥିବା ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ନେଇ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୁଚନା ଦିଆଯାଇଛି। ଏହାସହ ଏହି ପରିସ୍ଥିତିରେ କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି।

Related Articles

Back to top button