ଭୁବନେଶ୍ୱରର ଘରୋଇ ଛାତ ଉପରୁ ମାସେ ମଧ୍ୟରେ ହଟିବ ହୋର୍ଡିଂ
10ଭୁବନେଶ୍ୱର: ରାଜଧାନୀର ଘରୋଇ ଛାତ ଉପରୁ ହଟିବ ହୋର୍ଡିଂ । ହୋର୍ଡିଂ ସହ ଲୁହା ଫ୍ରେମକୁ ବି ଉଠାଇନେବ ବିଏମସି । ମାସେ ମଧ୍ୟରେ ସବୁ ହୋର୍ଡିଂକୁ ହଟାଇବା ପାଇଁ ଟାର୍ଗେଟ ରଖିଛି ବିଏମସି । ଯୁଦ୍ଧକାଳୀନ ଭିତ୍ତରେ ଏସବୁ କାମ କରାଯିବ । ଏଥିପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।
ସହର ଭିତରେ ଏସବୁ ବଡ ବଡ ହୋର୍ଡିଂ ବିପଦସଙ୍କୁଳ ଅବସ୍ଥାରେ ଲାଗିଛି । ଘରୋଇ କୋଠାଗୁଡିକରେ ବିରାଟ ବିରାଟ ହୋର୍ଡିଂ ଲାଗିଛି । ଏସବୁ ଘର ବିପଦମୁକ୍ତ କି ନୁହେଁ ତାହାର ଯାଞ୍ଚ କରା ନ ଯାଇ ଏହି ହୋର୍ଡିଂ ଲଗାଯାଇଛି । ଏହି ବେଆଇନ ହୋର୍ଡିଂ ଯୋଗୁ ଘର ମାଲିକ ଏବଂ କମ୍ପାନୀ ସିନା ଲାଭବାନ ହେଉଛନ୍ତି କିନ୍ତୁ ବିଏମସିକୁ ଟଙ୍କାଟିଏ ବି ରାଜସ୍ୱ ମିଳୁନି । । କିଛି ନିର୍ଦ୍ଦିଷ୍ଟ ଅଫିସର ବା କର୍ମଚାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ନିରବ ରହୁଥିବାରୁ ବିଏମ୍ସି କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଥିବା ଅଭିଯୋଗ ହୋଇ ଆସୁଛି। ଅନ୍ୟପକ୍ଷେ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ।