ଆନନ୍ଦପୁରରେ ପେଟ୍ରୋଲିଂ ବେଳେ ହୋମଗାର୍ଡ଼ଙ୍କ ଉପରେ ଲୁହାପଥର ବୋଝେଇ ଟ୍ରକ୍‌ ମାଡ଼ିଯିବାରୁ ମୃତ୍ୟୁ

ଆନନ୍ଦପୁର : ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ କାର୍ଯ୍ୟରତ ହୋମଗାର୍ଡ଼ଙ୍କ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ସୁରେଶ କୁମାର ରାଉତ । ତାଙ୍କର ବୟସ ୪୭ ବର୍ଷ । ଘର ତରିମୂଳ ଗାଁରେ ବୋଲି ଜଣାଯାଇଛି। ମୃତ ହୋମଗାର୍ଡ ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ।

ଗତକାଲି ରାତିରେ ସୁରେଶ ଦେଓଗାଁ ବ୍ରଜି ନିକଟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ସେପଟେ ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ଟ୍ରକ୍‌ଟିର ପିଛା କରିଥିବା ବେଳେ ସଫଳ ହୋଇନଥିଲା  । ଘଟଣାସ୍ଥଳରେ ସୁରେଶଙ୍କ ସହ ଅନ୍ୟ ଜଣେ କର୍ମଚାରୀ ବି ଉପସ୍ଥିତ ଥିଲେ। ହେଲେ ତାଙ୍କର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି। ଏନେଇ ଘଷିପୁରା ଥାନା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Related Articles

Back to top button