ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା।୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ । ଜଟଣୀରେ ଫରେନ୍‌ସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ । ୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ।ଯେଉଁଠି ବି ଥିବେ ଖୋଜି ଖୋଜି ଆତଙ୍କୀଙ୍କୁ କରାଯିବ ନିପାତ । ଆତଙ୍କବାଦୀଙ୍କ ବିରୋଧରେ ଆପଣାଯାଇଛି ଜିରୋ ଟଲରାନ୍ସ ନୀତି। ପହଲଗାଓଁ ଆତଙ୍କବାଦୀ ହମଲା ପରେ ଏହି ବଜ୍ର ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅମତି ଶାହ କହିଛନ୍ତି କୌଣସି ବି ଆତଙ୍କୀଙ୍କୁ କରାଯିବନି ବରଦା ସ୍ତ। ଆତଙ୍କବାଦର ମୂଳପୋଛ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ହମଲା ପରେ ସେମାନେ ଭାବନ୍ତୁ ନାହିଁ ସେମାନେ ଯୁଦ୍ଧରେ ବିଜୟୀ ହୋଇଛନ୍ତି ବୋଲି । ପହଲଗାଓଁ ଘଟଣା ପରେ ପ୍ରଥମ ଥର ଲାଗି ସର୍ବସାଧାରଣରେ ଅମିତ ଶାହ କହିଛନ୍ତି- ବର୍ତ୍ତମାନ ଯୁଦ୍ଧର ଅନ୍ତ ଘଟିନାହିଁ ।

ଅନ୍ୟପଟେ ଆରବ ସାଗରରେ ଭାରତୀୟ ନୌସେନା ସମରାଭ୍ୟାସ ଆରମ୍ଭ କରିଛି । ଏକ୍ସକ୍ଲୁସିଭ ଇକୋନୋମିକ ଜୋନରେ ସମରାଭ୍ୟାସ ଆରମ୍ଭ ହୋଇଛି । ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପରେ ସଜାଗ ଅଛନ୍ତି ଯୁଦ୍ଧଜାହାଜ । ଭାରତୀୟ ନୌସେନା ପକ୍ଷରୁ ଆରବ ସାଗରରେ ବ୍ୟାପକ ଅଭ୍ୟାସ କରାଯାଉଛି । ଜଳପଥରେ ସଜାଗ ରହିଛି ଭାରତୀୟ ଯୁଦ୍ଧ ଜାହାଜ । ପାକିସ୍ତାନ ଠାରୁ ୮୫ ନଟିକାଲ୍ ମାଇଲ୍ ଦୂରରେ ସମରାଭ୍ୟାସ କରାଯାଉଛି । ଗୁଜୁରାଟ ଉପକୂଳ ଅଞ୍ଚଳରେ ଗୁଳିଚାଳନା ନେଇ ନୌସେନାର ସବୁଜ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମରାଭ୍ୟାସ ଚାଲିବ ବୋଲି ସୂଚନା ମିଳିଛି ।

Related Articles

Back to top button