ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଯାଞ୍ଚ କରୁଛି ପୋଲିସ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ପୂର୍ବରୁ ରାଜଧାନୀକୁ ଅପରାଧୀଙ୍କ କବଳରୁ ସୁରକ୍ଷିତ ରଖିବାକୁ କମିଶନରେଟ ପୋଲିସ ପ୍ରୟାସ କରୁଛି। ତେଣୁ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ଏବଂ ଲଜରେ ଅତର୍କିତ ଚଢାଉ କରିଛି ପୋଲିସ। ଚଢାଉ ବେଳେ ପୋଲିସ ବିଭିନ୍ନ କାଗଜପତ୍ର ସହିତ କିଏ କିଏ ହୋଟେଲକୁ ଆସୁଛନ୍ତି ତାଙ୍କର ଘର ଠିକଣା କେଉଁଠି ଆଦି ତଥ୍ୟ ମଧ୍ୟ ଯାଞ୍ଚ କରୁଥିବା ସୂଚନା ରହିଛି ।

ମଙ୍ଗଳବାର ରାତିରେ ଏକକାଳୀନ ବିଭିନ୍ନ ହୋଟେଲ, ଓୟୋ ଏବଂ ଲଜରେ ଚଢାଉ ହୋଇଛି। ଖାରବେଳନଗର, ଲକ୍ଷ୍ମୀସାଗର, ଶହୀଦନଗର, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ଥାନା ଆଦି ଅଞ୍ଚଳରେ ପୋଲିସ ଅତର୍କିତ ଚଢାଉ କରିଥିଲା।

ଉଲ୍ଲେଖଯୋଗ୍ୟ, ଜାନୁଆରି ୧୩ରୁ ୨୯ ଏହି ପୁରୁଷ ହକି ବିଶ୍ୱକପ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ବକପ୍‌ର ମ୍ୟାଚ୍ ଗୁଡ଼ିକ ଖେଳା ଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି।

Related Articles

Back to top button