ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ

ବରଗଡ଼: କଂସ କିଏ ହେବ ତାକୁ ନେଇ ଗତ ମାସେ ହେଲା ଦ୍ବନ୍ଦ୍ବ ଲାଗି ରହିବା ପରେ ଏଥର ହୃଷିକେଶ ଭୋଇ କଂସ ହେବା ଘୋଷଣା ହୋଇଛି । ଏଥର ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ହୃଷିକେଶଙ୍କ ନାମକୁ ଚୟନ କରିଛି ଚୟନ କମିଟି । ଆଜି ଯାତ୍ରାର ମୁଖ୍ୟ ଚରିତ୍ର କଂସ ଭୂମିକା ପାଇଁ ଚୟନ ପ୍ରକିୟାର ଶେଷ ଦିନ ରହିଥିଲା । ଚୟନ ପ୍ରିକ୍ରିୟାରେ 56 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ନିଜ ନିଜର ଡାଇଲଗ କହିବା ସହ ଅଭିନୟ କରିଥିଲେ କିନ୍ତୁ ଚୟନ କମିଟି ହୃଷିକେଶ ଭୋଇଙ୍କୁ ଚୟନ କରିଥିଲେ  । ବିଗତ କିଛି ବର୍ଷ ହେବ କଂଶ ଭୂମିକାରେ ଅଭିନୟ କରୁନଥିଲେ ହୃଷିକେଶ  । ପୁଣି ଥରେ ହୃଷିକେଶ ଦର୍ଶକଙ୍କୁ ପୁଣି ଉତ୍ସାହିତ କରିବେ ବୋଲି ଜଣାପଡିଛି ।

Related Articles

Back to top button