ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଅଭିଯୋଗରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଏତଲା

ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଅଭିଯୋଗରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ୍। ଏହାସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି । ତେବେ ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯାଇଥିବା ବେଳେ କୈାଣସି ଷ୍ଟୁଡିଓରେ ଏଭଳି କାମ ନକରିବାକୁ ଧମକ ଦିଆଯାଇଛି ।

ସୂଚନା ଅନୁସାରେ ସୋସିଆଲ୍ ମିଡ଼ିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି । ଏପରି କାର‌୍ୟ୍ୟ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ ଯେଉଁ ମାନେ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏହାସହ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏପରିକି ତାଙ୍କୁ ବ୍ୟାନ କରିବା ଦରକାର ବୋଲି ମଧ୍ୟ ଦାବି ହୋଇଛି ।

Related Articles

Back to top button