ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

କଟକ: ମହିଳା ଥାନାରେ ହାଜର ହେଲେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ବିରୋଧରେ ସ୍ତ୍ରୀ ଶ୍ରେୟା ମିଶ୍ର ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଆପୋସ ବୁଝାମଣା ଲାଗି ଗୁରୁବାର ସେ ହାଜର ହୋଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ହୁମାନ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ମଙ୍ଗଳବାର ଡିସିପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଲାଗି ଡିସିପି ମହିଳା ଥାନାକୁ ନିର୍ଦ୍ଦେଶ ଦେବା ସହ ଉଭୟଙ୍କୁ ହାଜର ହେବାକୁ କହିଥିଲେ। ଏନେଇ ଶ୍ରେୟା ବୁଧବାର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Related Articles

Back to top button