ପ୍ରେସମିଟରେ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପ୍ରତିକ୍ରିୟା – ସିନ୍ଦୂର ଟିକିଲି ଲଗାଇବାକୁ ବାରଣ କରୁଥିଲେ

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦ ମାମଲା। ସମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ପ୍ରେସମିଟରେ ଶ୍ରୀୟା ପୁଣି ଥରେ ପୂର୍ବ କଥା ଦୋହରାଇଛନ୍ତି । ସେ କହିଛନ୍ତି, ମୋତେ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଝିଅର ଜନ୍ମ ପରେ ହ୍ୟୁମାନଙ୍କ ନିର୍ଯାତନା ବଢ଼ିଥିଲା। ଆଉ ମୋ ମା’ଙ୍କ ପ୍ରତି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା  ।  ହ୍ୟୁମାନ ପ୍ରବଳ ମଦ୍ୟପାନ କରୁଥିଲେ,ମଦ୍ୟପାନ କରିବାକୁ ବାରଣ କରିବାରୁ ମାଡ଼ ମାରୁଥିଲେ । କେବଳ ସେତିକି ନୁହେଁ, ଝିଅ ପ୍ରତି ହ୍ୟୁମାନଙ୍କ ସେତେ ଭଲପାଇବା ନଥିଲା ବୋଲି ଶ୍ରୀୟା କହିଛନ୍ତି ।

ଏଥିସହ ଶ୍ରୀୟା କହିଛନ୍ତି ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶାଶୁଘର ଲୋକ ତାଙ୍କ ନିୟମ ମାନି ଚଳିବାକୁ ଚାହାନ୍ତି । ସିନ୍ଦୂର ଟିକିଲି ଲଗାଇବାକୁ ବାରଣ କରାଯାଏ । ହେଲେ ଏଥି ପାଇଁ ଶାଶୁ କେବେ ବି ନିର୍ଯାତନା ଦେଇନାହାନ୍ତି । ଖାଲି ସେତିକି ନୁହେଁ ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଶ୍ରେୟା । ତୃତୀୟ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରିନଥିବା ବେଳେ ଆଗକୁ ସବୁକିଛି ସ୍ପଷ୍ଟ ହେବ।  ମୁଁ ଚାହେଁ ଆପୋଷ ବୁଝାମଣା ହେଉ। ସବୁକିଛି ଖରାପ କଥା ମନରୁ କାଢ଼ି ଦିଅନ୍ତୁ । ମୋତେ ସ୍ତ୍ରୀର ସମ୍ମାନ ମିଳିଲେ ମୁଁ ପୁଣି ଫେରିବି ବୋଲି କହିଛନ୍ତି ଶ୍ରୀୟା । ତେବେ ଏହି ମାମଲାରେ ହ୍ୟୁମାନ ଓ ଶ୍ରେୟାଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି କିଏ ତାହା ଜାଣିବାକୁ ବାକି ରହିଲା ।

Related Articles

Back to top button