ରାଜ୍ୟରେ ଗ୍ରାହକୁ ଲୁଟୁଛନ୍ତି ଶତାଧିକ ଗହଣା ଦୋକାନୀ ।

ରାଜ୍ୟରେ ଗ୍ରାହକୁ ଲୁଟୁଛନ୍ତି ଶତାଧିକ ଗହଣା ଦୋକାନୀ । ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ୩୧୨୫ଟି ଚଢ଼ାଉରେ ୧୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ନଜରକୁ ଆସିଛି । ଏ ନେଇ ଖୋଦ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି । ବିଧାସଭାରେ ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ ୩୧୨୫ଟି ଚଢ଼ାଉ କରାଯାଇଛି । ଯେଉଁଥିଲେ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ଦେଖାଯାଇଛି । ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଠକେଇର ଶିକାର ହୋଇଛନ୍ତି ଗ୍ରାହକ । ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ନଜରକୁ ଆସିଥିବା ବେଳେ ଖୋର୍ଦ୍ଧାରେ ୧୬ ଜଣ ବ୍ୟବସାୟୀଙ୍କ ଠକେଇର ଶୀକାର ହୋଇଛନ୍ତି । ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତ ବର୍ଷ ମଧ୍ୟ ୪୯୫ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ଜଣାପଡ଼ିଛି । ସେମାନଙ୍କଠୁ ୧୫ ଲକ୍ଷ ୩୦ ହଜାର ଫାଇନ ଆଦାୟ ହୋଇଥିବା ଉତ୍ତରରେ ଦର୍ଶାଯାଇଛି ।

Related Articles

Back to top button