ଶ୍ରୀମନ୍ଦିରରେ ନାଟମଣ୍ଡପ ପାଇଁ ଡିଜାଇନ ଦେବ IIT ମାଡ୍ରାସ
ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ସୁରକ୍ଷା ମାମଲାରେ ଆଲୋଚନା ଚାଲିଥିବା । ତେବେ ଶ୍ରୀମନ୍ଦିର ନାଟ ମଣ୍ଡପକୁ ନେଇ ଆଉ ଏକ ଶୁଣାଣି ଆସିଛି । ନାଟମଣ୍ଡପ ବିମ୍ ମରାମତି ନେଇ ଆଇଆଇଟି ମାଡ୍ରାସ ଦେବ ଡିଜାଇନ । ଅକ୍ଟୋବର ୧୫ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନାଟମଣ୍ଡପ ବିମ୍ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି କୋର୍ଟଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଆବେଦନକାରୀଙ୍କ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ଓକିଲ ଏ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କରେ ପ୍ରତି ଜବାବ ଦାଖଲ କରିଛନ୍ତି ଅବଦାନକାରୀ । ଅକ୍ଟୋବର ୧୯ ସମସ୍ତ ମାମଲାର ଏକତ୍ର ଶୁଣାଣୀ ହେବ । ମାତ୍ର ୧୯୭୮ ପରଠୁ ନା ରତ୍ନଭଣ୍ଡାର ଖୋଲିଛି ନା କୌଣସି ରତ୍ନଅଳଙ୍କାର ଗଣତି ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ଆସନ୍ତା ଅକ୍ଟୋବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୁହାଯାଉଛି । ସେପଟେ ହାଇକୋର୍ଟ ସତ୍ୟପାଠ ଏବଂ ବିଧାନସଭା ତଥ୍ୟରେ ନାହିଁ ତାଳମେଳ । ସରକାର ରତ୍ନ ଭଣ୍ଡାରକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଭଣ୍ଡାଉଥିବା ବେଳେ ଶ୍ରୀମନ୍ଦିରର ନାଟ ମଣ୍ଡପକୁ ନେଇ ଆସିଛି ନୂଆ ଖବର । ନାଟ ମଣ୍ଡପର ଡିଜାଇନ କରିବେ ମାଡ୍ରାସର IIT ଯାହାର ଶୁଣାଣି ଅକ୍ଟୋବରରେ ହେବ ବୋଲି ଜଣାପଡିଛି । ତେବେ ଏହି କାର୍ଯ୍ୟ କେତେଦୂର ସଫଳ ହେବ ତାହା ଦେଖିବାକୁ ଅପେକ୍ଷାରେ ଅଛନ୍ତି ଓଡିଶା ବାସୀ ।